ଧାନ କିଣା ବିକା ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା,ପୁଣି ଚାଷୀ ଙ୍କୁ ପ୍ରତାରିତ କଲେ ରାଜ୍ୟ ସରକାର….

ଶେଷ ହେଲା ରବି ଅବଧି, ଯୋଡି ହେଲା ଅଲୋଡ଼ା ରେକର୍ଡ

ଭୁବନେଶ୍ୱର/(୧ ଜୁଲାଇ ୨୦୨୩) ଧାନ କିଣା ବିକା ପ୍ରକ୍ରିୟା ବ୍ୟାପକ ଅବ୍ୟବସ୍ଥା,ପୁଣି ଚାଷୀ ଙ୍କୁ ପ୍ରତାରିତ କଲେ ରାଜ୍ୟ ସରକାର….।ଶେଷ ହେଲା ରବି ଅବଧି, ଯୋଡି ହେଲା ଅଲୋଡ଼ା ରେକର୍ଡ।ରବି ସିଜନ ରେ ରାଜ୍ୟର ୬୧ ହଜାର ୯୧୫ ପଞ୍ଜିକୃତ ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚିତ । ଓଡ଼ିଶାର ଚାଷୀ ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ(MSP) ପାଇବାରୁ ବଞ୍ଚିତ । 2022-23 ରବି ସିଜନରେ ରାଜ୍ୟର 274752 ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରିଥିବା ବେଳେ ମାତ୍ର 212837 ଜଣ ପଞ୍ଜିକୃତ ଚାଷୀ 13.86 LMT ଧାନ ବିକ୍ରି କରିଛନ୍ତି। ବିଡମ୍ବନା ରବି ଅବଧି 30 ଜୁନ ରେ ଶେଷ ହେବା ପରେ 61 ହଜାର 915 ଜଣ ପଞ୍ଜିକୃତ ଚାଷୀ ଧାନ ବିକ୍ରି ରୁ ବଞ୍ଚିତ ହୋଇଛନ୍ତି । ଚଳିତ ରବି ଅବଧି ରେ ମାତ୍ର 77.46℅ ପଞ୍ଜିକୃତ ଚାଷୀ ବିକ୍ରି କରିବାରେ ସକ୍ଷମ ହୋଇଛନ୍ତି । ଅନ୍ୟପଟେ ଗତ 2021-22 ରବି ସିଜନ ରେ 94.57% ଓ 2020-21 ରବି ସିଜନ ରେ 90.75%
ପଞ୍ଜିକୃତ ଚାଷୀ ବିକ୍ରି କରିବାରେ ସକ୍ଷମ ହୋଇଥିଲେ।

FOOD ODISHA ପୋର୍ଟାଲ ତଥ୍ୟ ଅନୁସାରେ ଗତ 2021-22 ରବି ସିଜନ ରେ 2 ଲକ୍ଷ 23 ହଜାର 247 ପଞ୍ଜିକୃତ ଚାଷୀ ଙ୍କ ମଧ୍ୟରୁ 2 ଲକ୍ଷ 21 ହଜାର 543 ଜଣ ଚାଷୀ 13.80 LMT ଧାନ ବିକ୍ରି କରିଥିବା ବେଳେ 12 ହଜାର 704 ପଞ୍ଜିକୃତ ଚାଷୀ ଧାନ ବିକ୍ରି ରୁ ବଞ୍ଚିତ ହୋଇଥିଲେ । ସେହିଭଳି 2020-21 ରବି ସିଜନ ରେ 2 ଲକ୍ଷ 24 ହଜାର 544 ପଞ୍ଜିକୃତ ଚାଷୀ ଙ୍କ ମଧ୍ୟରୁ 2 ଲକ୍ଷ 3 ହଜାର 789 ଜଣ ଚାଷୀ 14.44 LMT ଧାନ ବିକ୍ରି କରିଥିବା ବେଳେ 20 ହଜାର 755 ପଞ୍ଜିକୃତ ଚାଷୀ ଧାନ ବିକ୍ରି ରୁ ବଞ୍ଚିତ ହୋଇଥିଲେ।

ଅନ୍ୟପଟେ ଚାଷୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ୨୦୨୩-୨୪ ବର୍ଷ ପାଇଁ ୧୭ଟି ଖରିଫ ଫସଲରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୪୩ ଟଙ୍କା ବଢାଇଛନ୍ତି କେନ୍ଦ୍ର ସରକାର ।ସାଧାରଣ ଗ୍ରେଡ୍ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୪୩ ଟଙ୍କା ବଢି ୨୧୮୩ ଟଙ୍କା ହୋଇଛି । ସେହିପରି ଏ-ଗ୍ରେଡ୍ ଧାନର ଏମଏସପି ୨୦୬୦ ଟଙ୍କାରୁ ୨୨୦୩ ଟଙ୍କାକୁ ବୃଦ୍ଧି ପାଇଛି । କିନ୍ତୁ ବିଡମ୍ବନାର ଧାରା କେବଳ ଓଡିଶା ପାଇଁ ସ୍ୱତନ୍ତ୍ର ମନେହୁଏ । ଅଧିକାଂଶ ରାଜ୍ୟରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଏମଏସପି ଦ୍ୱାରା ଉପକୃତ ହୋଇଥିବା କୃଷକଙ୍କ ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହୋଇଥିବା ବେଳେ ତୃଣମୂଳ ସ୍ତରରେ ଏମଏସପି ଦ୍ୱାରା ଓଡ଼ିଶାର ଯୋଗ୍ୟ ଚାଷୀ ବଞ୍ଚିତ ହେଉଛନ୍ତି ??

ଧାନ କିଣା ବ୍ୟବସ୍ଥାରେ ଚାଷୀ ‌ସବୁ କିସମରେ ‌ଶୋଷଣର ଶିକାର ହେଉଛି। କେତେବେଳେ ବର୍ଷାରେ ଧାନ ଭିଜୁଛି, ତ କେତେବେଳେ ଚାଷୀ ପାଖରେ ଧାନ ଥାଇ ଟୋକନ୍‌ର ଅବଧି ସରିଯାଉଛି। ଏସବୁ ଯନ୍ତ୍ରଣା ଭିତରେ ଧାନ ବସ୍ତା କିଣା କେଳେଙ୍କାରୀ ଚାଷୀଙ୍କୁ ଦୋହରା ଦୁଃଖ ଦେଉଛି ।ମାତ୍ର ଓଡ଼ିଶାରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଚାଷୀଙ୍କ କଷ୍ଟକୁ ବଢ଼ାଇ ଦେଇଛି।ରାଜ୍ୟରେ ସମଗ୍ର କ୍ରୟ ପ୍ରକ୍ରିୟା ମିଲର ମାନଙ୍କ ଇଚ୍ଛା ଅନୁଯାୟୀ ପରିଚାଳିତ ହେଉଛି। ବ୍ୟବହୃତ ହୋଇଥିବା ବସ୍ତା, ଧାନର ପରିବହନ, ଲୋଡ଼ିଂ ଏବଂ ମଣ୍ଡିରେ ଶ୍ରମ କାର୍ଯ୍ୟ ଭଳି ମଣ୍ଡିରେ ପରିଚାଳନା ରେ ବ୍ୟାପକ ଦୁର୍ନୀତି ହୋଇଥିବା ଚାଷୀ ନେତା ଅଭିଯୋଗ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ପ୍ରତି ବର୍ଷ ଖରିଫ ଋତୁ ପାଇଁ ନଭେମ୍ବର 1 ତାରିଖ ରୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ଏବଂ ରବି ଋତୁ ପାଇଁ ମେ 1 ତାରିଖ ରୁ ଜୁନ 30 ପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲା ରଖିବାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ରାଜ୍ୟ ସରକାରଙ୍କ ପୁରୁଣା ଟ୍ରାକ ରେକର୍ଡ ଭଲ ନଥିବା ବେଳେ ଆଗାମୀ ଦିନରେ ରାଜ୍ୟର ସମସ୍ତ ପଞ୍ଜିକୃତ ଚାଷୀ ଧାନ ବିକ୍ରି କରିପାରିବେ ତ ????ଭାରତ ସରକାରଙ୍କ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ବିକେନ୍ଦ୍ରୀକରଣ ସଂଗ୍ରହ ପ୍ରକ୍ରିୟା ସ୍ଥାନୀୟ ଧାନ କିଣାକୁ ପ୍ରୋତ୍ସାହିତ କରୁଛି। ଯାହାଦ୍ୱାରା ସ୍ଥାନୀୟ ଚାଷୀମାନେ ଏମଏସପି ଦ୍ୱାରା ଲାଭବାନ ହେଉଛନ୍ତି। ରାଜ୍ୟ ସରକାର ଧାନ କିଣା ରେ ସ୍ଵଛତା କଥା କହୁଥିବା ବେଳେ ତାର ଓଲଟା ଚିତ୍ର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳୁଛି ।

Author: admin

Leave a Reply

Your email address will not be published. Required fields are marked *