ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ର ବିକଳ ଚିତ୍ର

ଝାରସୁଗୁଡା -ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ନେଇ ବୁଦ୍ଧିଜୀବୀ ଓ ବିରୋଧୀଙ୍କ ଉଦ୍‌ବେଗ…ରାଜ୍ୟରେ ୫୦%ରୁ ଉର୍ଦ୍ଧ୍ବ ଡାକ୍ତର ପଦବୀ ଖାଲି,‌ ରୋଗୀ ସେବା କରିବ କିଏ ??

ଏ ଦେଖନ୍ତୁ ଗତ ବିଧାନସଭା ଅଧିବେଶନ ବିଭାଗୀୟ ମନ୍ତ୍ରୀ ନିରଂଜନ ପୂଜାରୀ ଙ୍କ ଉତ୍ତର…ରାଜ୍ୟରେ ବିଭିନ୍ନ ଜିଲ୍ଲା ସହିତ କ୍ୟାପିଟାଲ ହସ୍ପିଟାଲ,ରାଉଲକେଲା ର RGH, ଜେଲ ହସ୍ପିଟାଲ ସମେତ ମେଡିକାଲ କଲେଜ ରେ ଡାକ୍ତର ପାଖାପାଖି ୫୬.୬୫% ଡାକ୍ତର ପଦବି ଖାଲି ପଡ଼ିଛି। ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ଡାକ୍ତର ସଂଖ୍ୟା ୧୦,୭୭୪ ଥିବାବେଳେ ୬୧୦୪ ଡ଼ାକ୍ତର ପଦବୀ ଖାଲି ପଡ଼ିଛି ।
ଫାର୍ମାସିଷ୍ଟ, ଷ୍ଟାଫ ନର୍ସ ,ଲେବରଟେରୀ ଟେକସସିଅନ, ଆଟେଣ୍ଡାଣ୍ଟ ସବୁ ପଦବି ଫାଙ୍କା। ରାଜ୍ୟର ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ୯୯୮ ଫାର୍ମାସିଷ୍ଟ ପଦବୀ,୫୦୧୪
ଷ୍ଟାଫ ନର୍ସ ପଦବୀ ,୯୧୫ ଲେବରଟେରୀ ଟେକସସିଅନପଦବୀ , ୨୧୬୫ ଆଟେଣ୍ଡାଣ୍ଟ ପଦବୀ ଖାଲି ପଡ଼ିଛି। ସେହିଭଳି ୧୫୯୦ ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ୧୫୦ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଖାଲି ପଡ଼ିଛି । ସେହିଭଳି ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ରେ ୧୨୫ ପ୍ରଫେସର,୨୧୦ ଅସୋସିଏଟ ପ୍ରଫେସର,୧୯୬ ଆସିଷ୍ଟାଣ୍ଟ ପ୍ରଫେସର,୧୮୭ ଟିଉଟର,୪୮୨ ସିନିଅର ରିଡ଼ର ଏବଂ ୧୪୮ ଜୁନିଅର ରିଡ଼ର ପଦବୀ ଖାଲି ପଡ଼ିଛି ।
ଏମିତି ସ୍ଥିତିରେ ରୋଗୀ ସେବା କରିବ କିଏ? ରାଜ୍ୟ ସରକାରଙ୍କ ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ସ୍ଲୋଗାନ୍‌ର କିଛି ମାନେ ନାହିଁ। ଏହାକୁ ନେଇ ରାଜ୍ୟ ସରକାର ଙ୍କୁ ଟାର୍ଗେଟ୍‌ କରିଛନ୍ତି ବିରୋଧୀ ।

‘ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ। ସାଧାରଣ ଲୋକ ସ୍ବାସ୍ଥ୍ୟ ସେବା ପାଇବା‌ରୁ ବଞ୍ଚିତ । ରାଜ୍ୟରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଫାର୍ମାସିଷ୍ଟ ଅଭାବ । ନକଲି ଡାକ୍ତର ଓ ନକଲି ଔଷଧ କାରବାର ବଢ଼ିଛି। ଏବେ ବି ୫୦%ରୁ ଉର୍ଦ୍ଧ୍ବ ଡାକ୍ତର ପଦବି ଖାଲି।ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ଡାକ୍ତର ସଂଖ୍ୟା ୧୦,୭୭୪। ସେଥି ମଧ୍ୟରୁ ବିଭିନ୍ନ ବର୍ଗର ୭,୧୮୦ ଜଣ ନିୟମିତ ଡାକ୍ତର କାର୍ଯ୍ୟରତ ଅଛନ୍ତି। ଖାଲି ଥିବା ପଦବିରେ ୩୭ ଜଣ ଡାକ୍ତରଙ୍କୁ ଆଡ୍‌-ହକ୍ ନିଯୁକ୍ତି ଦିଆଯାଇଥିଲା ବେଳେ ୯୧୮ ଜଣଙ୍କୁ ଠିକା ନିଯୁକ୍ତି, ୭ ଜଣଙ୍କୁ କର୍ପସ୍‌ ଫଣ୍ଡ୍‌ ଓ ୭୧ ଜଣଙ୍କୁ ଡିଏମ୍‌ଏଫ୍‌ ମାଧ୍ୟମରେ ନିଯୁକ୍ତି ଦିଆଯାଇଛି।
ଅନ୍ୟପଟେ ରାଜ୍ୟରେ ବିଗୁଡୁଛି ସ୍ବାସ୍ଥ୍ୟ ସେବା। କାମରେ ଅବହେଳା କରୁଛନ୍ତି ସରକାରୀ ଡାକ୍ତର। ଛୁଟି ନ ନେଇ ନିଜ ଘର କାମରେ ବ୍ୟସ୍ତ ରହୁଛନ୍ତି। ଏପଟେ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ଡାକ୍ତରଖାନାରୁ ନିରାଶ ହୋଇ ଫେରୁଛନ୍ତି। ଆଉ ରାଜ୍ୟରେ ଡାକ୍ତର ଅଭାବ ଓ ଡାକ୍ତରଙ୍କ ଶୃଙ୍ଖଳା ବାବଦରେ ବିଧାନସଭା ରେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଙ୍କ ପ୍ରଶ୍ନ ଉପରେ ବଡ ତଥ୍ୟ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ | ମନ୍ତ୍ରୀ କହିଛନ୍ତି ଯେ ବଦଳି ପରେ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି ରାଜ୍ୟର ୬୮ ଜଣ ସରକାରୀ ଡାକ୍ତର | ସେହିପରି ୧୩୮ ଜଣ ଡାକ୍ତର ଦୀର୍ଘ ଦିନ ହେବ ଛୁଟିରେ ରହିଛନ୍ତି । ସେପଟେ ଚଳିତ ବର୍ଷ ୩୪୮୧ ଡାକ୍ତର ପଦବି ପୂରଣ ନିମନ୍ତେ ଓପିଏସ୍‌ସିଙ୍କୁ ଅନୁରୋଧ କରାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

Author: admin

Leave a Reply

Your email address will not be published. Required fields are marked *